ବିଦ୍ୟୁତ୍ ଆଘାତରେ ଗଲା ହାତୀ ଛୁଆ ଜୀବନ
ବନ୍ତଳା: ବିପଦରେ ଗଜରାଜ । ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ପ୍ରତିଦିନ କେଉଁଠି ନା କେଉଁଠି ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି । ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଆଉ ଏକ ଦନ୍ତାର ମୃତ୍ୟୁ ଘଟିଛି ।
କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇ ଥିଲେ । ବିଳମ୍ବିତ ରାତିରେ ଏହି ବିଦ୍ୟୁତ ସଂସ୍ପର୍ଶରେ ଏକ ହାତୀଛୁଆ ଆସି ଯାଇଥିଲା । ବିଦ୍ୟୁତ ଝଟକା ଖାଇ ଘଟଣାସ୍ଥଳରେ ହାତୀ ଛୁଆର ଜୀବନ ଯାଇଥିଲା । ମୃତ୍ୟୁ ଘଟିଥିବା ହାତୀଟି ଅଣ୍ଡିରା ବୋଲି ଜଣାପଡ଼ିଛି । ବୟସ ଆନୁମାନିକ ୫/୬ବର୍ଷ ହେବ । ଗ୍ରାମବାସୀଙ୍କ ଠାରୁ ଖବରପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି । କେଉଁମାନେ ବିଦ୍ୟୁତ୍ ତାର ବିଛାଇ ଥିଲେ, ଘଟଣାରେ କେତେ ଜଣ ସମ୍ପୃକ୍ତ ଏନେଇ ବନ ବିଭାଗ ଟିମ୍ ଛାନଭିନ୍ କରୁଛି । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫ୍ଓ କହିଛନ୍ତି ।
Powered by Froala Editor