ରାମଲୀଳା ମହୋତ୍ସବ ଚାଲିଥିବାବେଳେ ତୁମୁଳକାଣ୍ଡ, ମହିଳା ଗୁରୁତର
ଭେଡେନ: ବରଗଡ ଜିଲା ଭେଡେନରେ ରବିବାର ରାମଲୀଳା ମହୋତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛି। ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ ମହୋତ୍ସବରେ ଜନ ସମୁଦ୍ର ହୋଇଥିଲା। ଏହି ସମୟରେ କୌଣସି କାରଣରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା, ଢେଲା ପଥର ମାଡ ସହିତ ବାଡିଆପିଟା ହୋଇଥିବା ଅଭିଯୋଗ ହୋଇଛି ।
ଏହି ଅଘଟଣରେ ୬ଦର୍ଶକ ଆହତ ହୋଇଛନ୍ତି । ସେମାନେ ହେଲେ ଗଣ୍ଠିଆପାଲିର ଗହକି ସୁହୁଲା, ଭେଡେନର କଏରୁ ରୋହିଦାସ, ଜୟଦେବ ମେହେର, ଲଲିତ ବିଶ୍ବାଳ, ଅଛାଣ୍ଡପାଲିର ଲବ ବାଗ ଏବଂ ପାକେଲଦାଦର ଗ୍ରାମର ପ୍ରଫୁଲ୍ଲ ନାଗ । ଆହତ ମହିଳା ଗହକିଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି।
Powered by Froala Editor