ରାତି ତାପମାତ୍ରା ବଢ଼ିଲେ କମିଯିବ ଶୀତ
ଭୁବନେଶ୍ୱର: ସୋମବାର ଓ ବୁଧବାର ରାତିରୁ ଲଗାତାର ଦୁଇଟି ପଶ୍ଚିମାଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବ । ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କମିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।
ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିପାରେ । ପୁରୀରେ ପାରଦ ୧୬ ଡିଗ୍ରୀ, ଭଦ୍ରକ ଓ ଛତ୍ରପୁରରେ ୧୫, ପାରଳାଖେମୁଣ୍ଡି, ଖୋର୍ଦ୍ଧା, ଚାନ୍ଦବାଲି ଓ ଭଦ୍ରକରେ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୦ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି
Powered by Froala Editor