ଓଡ଼ିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ କେବେ କ୍ଷମା ଦେବନାହିଁ : ଶ୍ରୀମୟୀ
ଭୁବନେଶ୍ୱର: ବିଜେଡିକୁ ପୁଣି ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍। ଏଥର ସୋସିଆଲ ମିଡିଆରେ ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିବା ସହ ଓ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି। ୨ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରି "ଅନୁଶାସନ"ର ପାଠ ପଢ଼ାଯାଉଛି। କୁହାଯାଉଛି ସେମାନେ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ। କିନ୍ତୁ ପ୍ରକୃତ ବିଶ୍ୱାସଘାତକ କିଏ ବୋଲି ପ୍ରଶ୍ନ କରିଛନ୍ତି। ନବୀନଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ଏବେ ଦଳପତି ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି। ବୟସ୍କ ବ୍ୟକ୍ତି ବୋଲି ସମ୍ମାନ ଦେଉଛୁ ସତ କିନ୍ତୁ ତାଙ୍କର ଅଣ ଓଡ଼ିଆ ମୋହ ଆଜି ଓଡ଼ିଶାବାସୀଙ୍କୁ ବାରମ୍ବାର ଅପମାନିତ କରୁଛି।
ଜଣେ ଭଣ୍ଡ ସନ୍ୟାସୀଙ୍କ ହାତରେ ସର୍ବସ୍ୱ ଟେକି ଦେଇ, ଅନେକ କର୍ମୀଙ୍କ ରକ୍ତ ଓ ଝାଳରେ ଗଢ଼ା ହୋଇଥିବା ଏହି ଦଳକୁ ସେ ଆଜି ତିଳ ତିଳ କରି ନଷ୍ଟ କରିବାରେ ଲାଗିଛନ୍ତି। ସେହି ଦୁଇ ବିଧାୟକଙ୍କ ବିରୁଦ୍ଧରେ ତଥ୍ୟ ପ୍ରମାଣ ସାର୍ବଜନୀନ କରି ଦଳପତି ନିଜର ନିରପେକ୍ଷତା ପ୍ରମାଣିତ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ଏହା କୌଣସି ରାଜନୀତି ନୁହେଁ, ବରଂ ନିଜ ଲୋକଙ୍କୁ କଷ୍ଟ ଦେଇ "Sadistic Pleasure" ପାଇବାର ଏକ ହୀନ ପ୍ରୟାସ ବୋଲି କହିଛନ୍ତି। ଓଡ଼ିଶାର ମାଟି ବିଶ୍ୱାସଘାତକତାର ବ୍ରାଣ୍ଡ ଆମ୍ବାସଡ଼ରଙ୍କୁ କେବେ କ୍ଷମା ଦେବନାହିଁ ବୋଲି ପୋଷ୍ଟ କରିଛନ୍ତି ଶ୍ରୀମୟୀ।
Powered by Froala Editor