ରାଜ୍ୟରେ କମିବ ଶୀତ ପ୍ରକୋପ
ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ରବିବାରଠାରୁ ରାଜ୍ୟର କିଛି ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଏବଂ କେନ୍ଦୁଝର ଜିଲାର କେତେକ ସ୍ଥାନରେ ତାପମାତ୍ରା ବଢ଼ିଛି। ଆଗକୁ ଆହୁରି ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଶୀତ ପ୍ରକୋପ କମିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ପାରଦ ୨.୫ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୫.୫, ଅନୁଗୋଳରେ ୮.୬, କେନ୍ଦୁଝରରେ ୯, ଢେଙ୍କାନାଳରେ ୮.୬, ସେମିଳିଗୁଡ଼ାରେ ୪.୬, କୋରାପୁଟରେ ୯.୬, ନବରଙ୍ଗପୁରରେ ୯.୫, ବଲାଙ୍ଗିରରେ ୮.୨, ସୁନ୍ଦରଗଡ଼ରେ ୮.୮, ଝାରସୁଗୁଡ଼ାରେ ୬.୭, ରାଉରକେଲାରେ ୬.୬, ଭୁବନେଶ୍ବରରେ ୧୦.୭ ଏବଂ କଟକରେ ୧୦.୨ ଡିଗ୍ରୀ ରହିଛି।
Powered by Froala Editor