ମହାପ୍ରଭୁଙ୍କ ରତ୍ନ ଗଣତି ନେଇ ବଡ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜାଣନ୍ତୁ କ’ଣ?
ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନ ଗଣତି ନେଇ ବଡ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ରତ୍ନ ଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ୱ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗଣତି ମଣତି ନେଇ ବୈଠକରେ ଚିଠା ମାର୍ଗଦର୍ଶିକା ଅନୁମୋଦିତ ହୋଇଛି । ଏହା ରାଜ୍ୟ ସରକାରଙ୍କୁ ପଠାଯିବ, ଅନୁମୋଦନ ମିଳିବା ପରେ ସ୍ପଷ୍ଟ ହେବ । ଏହା ସହ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କକୁ ନେଇ ମଧ୍ୟ ବଡ ସୂଚନା ଦେଇଛନ୍ତି, ସେ କହିଛନ୍ତି ଯେ, ନୂଆ ସେଟ ତିଆରି ସରିଛି । ଶୁଭ ଲଗ୍ନ ଦେଖି ମହାପ୍ରଭୁଙ୍କୁ ଲାଗି ହେବ ।
Powered by Froala Editor