ଡାକ୍ତରଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ରାଜଧାନୀର ସରକାରୀ ଚିକିତ୍ସାଳୟ କ୍ୟାପିଟାଲ୍ ହସ୍ପିଟାଲ୍ରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ମାରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସକୁ ବଡ଼ ସଫଳତା ମିଳିଛି। ଗିରଫ ଅଭିଯୁକ୍ତ ବିନ୍ଦୁ ସାଗର ରାଉତ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। କିଛି ଦିନ ପୂର୍ବରୁ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ କୌଣସି କାରଣକୁ ନେଇ ସେ ଜଣେ ଡାକ୍ତରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଡାକ୍ତରୀ ସେବା ପ୍ରଭାବିତ ହେବା ସହ ହସ୍ପିଟାଲ୍ କର୍ମଚାରୀ ଓ ଡାକ୍ତରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ଡାକ୍ତରଙ୍କ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ସଂଗୀନ ଦଫା ଲଗାଯାଇ ଆଜି ଭୁବନେଶ୍ୱର ସ୍ଥିତ ମାନ୍ୟନୀୟ SDJM କୋର୍ଟକୁ ଫରୱାର୍ଡ କରାଯାଇଛି।
Powered by Froala Editor