ପଶ୍ଚିମା ଝଡ ପ୍ରଭାବ: ଏହି ଜିଲ୍ଲାରେ ବୃଦ୍ଧି ପାଇଲା ତାପମାତ୍ରା
ଭୁବନେଶ୍ବର :ପଶ୍ଚିମା ଝଡ ପ୍ରଭାବରେ ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଛି। ଭୋର ୫.୩୦ ସୁଦ୍ଧା ଝାରସୁଗୁଡା ଜିଲ୍ଲାରେ ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ଘଟି ୮.୮ ଡିଗ୍ରୀ ରେକର୍ଡ ହୋଇଛି। ୧.୨ ଡିଗ୍ରୀ ବୃଦ୍ଧି ସହ କେନ୍ଦୁଝରରେ ତାପମାତ୍ରା ୧୦.୬ ଡିଗ୍ରୀ ରହିଛି। ପୂର୍ବର ସର୍ବକାଳୀନ ରେକର୍ଡ ୫.୬ ଡିଗ୍ରୀକୁ ଚଳିତ ବର୍ଷର ଶୀତ ୫ ଥର ଭାଙ୍ଗିଲାଣି। ପୁଣି ଭୁବନେଶ୍ବର ଏବଂ କଟକରେ ରାତି ତାପମାତ୍ରା ୧୦ଡିଗ୍ରୀ ଛୁଇଁଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି, ଅର୍ଥାତ ପଶ୍ଚିମଝଡ଼ ପ୍ରଭାବରେ ରାତି ତାପମାତ୍ରା ବଢ଼ିବ। ଏବଂ ଶୀତ ପ୍ରକୋପ କମିବ।
Powered by Froala Editor