ଗୋ-ମାଫିଆଙ୍କ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢାଉ
ଭଦ୍ରକ: ଆନ୍ତଃରାଜ୍ୟ ଗୋ-ମାଫିଆଙ୍କ ଘରେ ଚଢାଉ । ଗୋ-ମାଫିଆ ରାଜନର ଭଦ୍ରକ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢାଉ କରିଛନ୍ତି । ରାଜନର ପୁରୁଣାବଜାର ମୁଲାସାହିସ୍ଥ ବସଭବନ, ମାଲିକାନାରେ ଚାଲିଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଏକ ଇନଷ୍ଟିଚ୍ୟୁଟରେ ମଧ୍ୟ ପୁଲିସ ରେଡ କରିଛି । ଚଢାଉ ସମୟରେ ରାଜନର ଘରୁ ପୁଳାପୁଳା ନଗଦ ଟଙ୍କା ଓ ସୁନା ଗହଣା ଜବତ କରାଯାଇଛି । ବିପୁଳ ପରିମାଣର ଟଙ୍କା ମିଳିବା ପରେ ଏହାକୁ ଗଣିବା ପାଇଁ ଦୁଇଟି ମେସିନର ସାହାଯ୍ୟ ନିଆଯାଇ ଟଙ୍କା ଗଣା ଜାରି ରହିଛି।
ଏଥିସହ ସୁନାଗହଣା, ଦୁଇଟି ସ୍କର୍ପିଓ ଗାଡି , ସ୍କୁଟି, ବିପୁଳ ସମ୍ପତିର କାଗଜପତ୍ର ଆଦିକୁ ଜବତ କରିଛି ପୁଲିସ। ଏହି ରେଡ ବେଳେ ୨ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। କେନ୍ଦୁଝର ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ଏହି ଚଢାଉ ଚାଲିଛି। ଗୋ-ମାଫିଆଙ୍କୁ ସାବାଡ କରିବା ଲାଗି ଆଜି ୫ଟି ଜିଲାର ୪୬ଟି ସ୍ଥାନରେ ଚଢାଉ ଚାଲିଛି ।
Powered by Froala Editor