ବୋମା ଖାଇ ହାତୀ ମୃତ
ଅନୁଗୋଳ: ବୋମା ଖାଇବାରୁ ହାତୀର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରେ । ବୋମା ଖାଇବାରୁ ହାତୀଟି ପ୍ରଥମେ ଅସୁସ୍ଥ ହୋଇପଡିଥିବା ଦେଖି ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚି ହାତୀକୁ ଠାବ କରି ଚିକିତ୍ସା ପାଇଁ ଆଜି ସକାଳେ ବନ ବିଭାଗର ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ହାତୀଟିର ଚିକିତ୍ସା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ହାତୀର ମୃତ୍ୟୁ ହୋଇଛି ।
Powered by Froala Editor