ରିଲିଜ୍ ହେଲା ‘ଦ ମିଲେଟ୍ ଡାଏରୀ’ର ଟିଜର, ଜୁନ ୧୨ରେ ଆସିବ ପରଦାକୁ
ଭୁବନେଶ୍ୱର: ଇନଫାଇସନ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ବହୁ ପ୍ରତିକ୍ଷିତ ଫିଲ୍ମର ଟିଜର ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି।‘ଦ ମିଲେଟ୍ ଡାଏରୀ’ କେବଳ ଏକ ସିନେମା ନୁହେଁ, ବରଂ ଏଥିରୁ କଳିଙ୍ଗର ଆତ୍ମସମ୍ମାନ ଓ ମାଣ୍ଡିଆର ଗୌରବଗାଥା ସ୍ପଷ୍ଟ ବାରି ହେଉଛି । ଓଡ଼ିଆ ସିନେମା ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ଖବର ଯେ, ଚଳଚ୍ଚିତ୍ରଟି ଆସନ୍ତା ରଜ ଉପଲକ୍ଷେ ଜୁନ ୧୨ ତାରିଖରେ ପରଦାକୁ ଆସୁଛି ଯାହାର ଟିଜରଟି ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ଶୀର୍ଷରେ।
ଏହି ସିନେମାଟି ଆମକୁ ନେଇଯିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା, ଥିଲା ସଭ୍ୟତାର ପରିଚୟ।
ଏହି ଚଳଚ୍ଚିତ୍ରରେ ଓଲିଉଡର ଅନେକ ଜଣାଶୁଣା ଓ ଦକ୍ଷ କଳାକାରମାନେ ଅଭିନୟ କରିଛନ୍ତି। ସେମାନେ ହେଲେ, ମୁଖ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଅଭିଷେକ ପଣ୍ଡା, ଶିବାନୀ ସଙ୍ଗୀତା, ରାଜ୍ ରାଜେଶ ଏବଂ ଶ୍ରୀତମ ଦାସ। ଅନ୍ୟାନ୍ୟ ପ୍ରମୁଖ କଳାକାରମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, ସନ୍ତୁ ନିଜେ, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା।
ପ୍ରଯୋଜନା ଓ କାହାଣୀ ଜେ.ଆର୍.ଏମ୍, ନିର୍ଦ୍ଦେଶନାରେ ରାଜେନ୍ଦ୍ର ମହାନ୍ତ । ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର। ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ, ସିନେମାଟୋଗ୍ରାଫି ବିଶ୍ୱଜିତ କୁଲ୍ଡି ଏବଂ ଈଶ୍ୱର ବାରିକ ।
ସମ୍ପାଦନା ଦାୟିତ୍ୱ ରେ ରାଜେଶ ଦାଶ, ପୋଷ୍ଟ ପ୍ରଡକ୍ସନ ହେଡ ବିଶ୍ୱଜିତ୍ ପାଇଟଲ । କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ବିଶ୍ୱଜିତ, ଦିପ୍ତୀରେଖା ପାଢ଼ୀ, ଶଶାଙ୍କ ଶେଖର, ଆଶୁତୋଷ ଏବଂ ଦେବ ଜେ ।
ଚଳିତ ବର୍ଷ ରଜରେ ଏହି ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟିକୁ ରଜରେ ଓଡ଼ିଆ ଦର୍ଶକ ଦେଖିବାକୁ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଗଣମାଧ୍ୟମକୁ କୁହାଯାଇଛି ।
Powered by Froala Editor