ଯୁବକଙ୍କ ନାକ କାଟିଦେଲା ଗୁଡ଼ି ସୂତା
କଟକ: ଗୁଡ଼ି ସୂତା କାଟିଦେଲା ଯୁବକଙ୍କ ନାକ ।
ପୁଣି ସାମ୍ନାକୁ ଆସିଲା ଗୁଡ଼ି ସୂତା ଜନିତ ଅଘଟଣ । କଟକ ଖାନନଗର ଟ୍ରାଫିକରେ ଏହି ଅଘଟଣ ଘଟିଯାଇଛି । ଖାନନଗର ଟ୍ରାଫିକରେ ଜଣେ ଯୁବକ ଯାଉଥିବା ସମୟରେ ତାଙ୍କ ନାକରେ ଗୁଡ଼ି ସୂତା ଲାଗିଯାଇଥିଲା । ଫଳରେ ଯୁବକଜଣଙ୍କ ନାକ କଟି ଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor