ଝାରସୁଗୁଡା ରେଲୱେ ଷ୍ଟେସନ ୧ ନମ୍ବର ପ୍ଲାଟ ଫର୍ମରେ ଭୟାବହ ଅଗ୍ନିକାଣ୍ଡ
ଝାରସୁଗୁଡା: ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ୧ ନମ୍ବର ପ୍ଲାଟ ଫର୍ମଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳୁ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ ରେ ବିଦ୍ୟୁତ ମରାମତି କାର୍ଯ୍ୟ ଚାଲିଥିବାବେଳେ ଏକ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଯାହାଫଳରେ ସର୍ଟ ସର୍କିଟ ହୋଇ ପ୍ଲାଟଫର୍ମ ମଧ୍ୟରେ ଏବଂ ପ୍ଲାଟଫର୍ମ ବାହାରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ରେଲୱେ ବିଭାଗର ବିଦ୍ୟୁତ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ।
Powered by Froala Editor