ପାଟଣା ରେଞ୍ଜରେ ବୁଲୁଛି ମହାବଳ ବାଘ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡୁମୁରିଆ ଅଞ୍ଚଳରେ ମହାବଳ ବାଘ ବୁଲୁଛି । ଡୁମୁରିଆ ଅଞ୍ଚଳ ଶାଗୁଆନ ଜଙ୍ଗଲରେ ବାଘ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି । ଏ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଆତଙ୍କ ଖେଳିଗଲାଣି । ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ଜଣାପଡ଼ିଛି । ତେବେ ଏହି ରେଞ୍ଜରେ ସେମିତି କିଛି ବାଘ ନଥିବା ବନ ବିଭାଗ କହିଥିବା ବେଳେ ଜଙ୍ଗଲ ପାଖ ଗ୍ରାମବାସୀ ମାନଙ୍କୁ ପଚରା ଉଚରା କରି ସତ୍ୟାସତ୍ୟର ଅନୁସନ୍ଧାନ କରାଯାଉଥିବା ରେଞ୍ଜର କହିଛନ୍ତି । ଅନ୍ୟପଟେ, କେହି ଜଣେ ଲୋକଙ୍କୁ ଭୟଭୀତ କରିବାକୁ ଏଭଳି ଭିଡିଓ ଭାଇରାଲ୍ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ପ୍ରକୃତରେ କେନ୍ଦୁଝର ପାଟଣା ରେଞ୍ଜରେ ମହାବଳ ବାଘ ଅଛି କି ନାହିଁ, ତାହା ତଦନ୍ତ ସାପେକ୍ଷ ଥିବାବେଳେ ମହାବଳର ଭାଇରାଲ ଭିଡିଓଟି କେବେକାର ତାକୁ ନେଇ ତଦନ୍ତ ଦାବି ହୋଇଛି ।
ଭାଇରାଲ ଭିଡିଓ ସଂପର୍କରେ ପାଟଣା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଅନୁସନ୍ଧାନ ଜାରି ରଖିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ସହ ଗ୍ରାମବାସୀଙ୍କୁ ପଚରା ଉଚରା କରୁଥିବା କହିଛନ୍ତି ।
Powered by Froala Editor