ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ
ଭୁବନେଶ୍ଵର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ । ଶୀତ ସକାଳରେ ଜଳୁଛି ବିମାନବନ୍ଦର ପଡ଼ିଆ । ଶୁଖିଲା ଘାସରେ କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ସ୍ପଷ୍ଟ ହୋଇପାରି ନାହିଁ । ବିମାନବନ୍ଦର ପଡ଼ିଆରେ କେମିତି ନିଆଁ ଲାଗିଲା ତାର କାରଣ ଖୋଜା ଚାଲିଛି । ଲାଗିଥିବା ନିଆଁକୁ ବିମାନବନ୍ଦର ଅଗ୍ନିଶମ ବାହିନୀ ଆୟତ୍ତ କରିଛନ୍ତି । ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡ ପରେ ସମ୍ପୂର୍ଣ୍ଣ ଆକାଶ ଧୂଆଁମୟ ହୋଇ ପଡ଼ିଥିଲା । ତେବେ ଭୁବନେଶ୍ଵର ବିମାନବନ୍ଦର ପଡ଼ିଆରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ।
Powered by Froala Editor