ଜେଲ୍ରେ ଗୋଷ୍ଠୀ ସଂର୍ଘଷ, ୧୮ ମୃତ

ଇକ୍ବାଡୋରର ଦୁଇଟି ଜେଲ୍ରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୧୮ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ସଂଘର୍ଷରେ ୯ ଜଣ ପୋଲିସ ଅଧିକାରୀ ଏବଂ ୩୫ କଏଦୀ ଆହତ ହୋଇଛନ୍ତି। ଜେଲ୍ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ମାରପିଟ୍ ପରେ ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। ଗୁରୁବାର ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ମଧ୍ୟ ଇକ୍ବାଡୋରର ଗୁଆୟାକିଲ୍ ଏବଂ ଲାଟାକୁଙ୍ଗା ଜେଲରେ ବୁଧବାର ହିଂସା କାଣ୍ଡ ଘଟିଥିଲା । ପୋଲିସ ସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇଛି।
ଲାଟାକୁଙ୍ଗା ଜେଲ୍ରେ କଏଦୀ ଫେରାର ହେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ୪୫ ଜଣଙ୍କୁ କାବୁ କରିଛି ପୋଲିସ। ତେବେ ଏହା ପୂର୍ବରୁ ଇକ୍ବାଡୋରର ଏକ ଜେଲ୍ରେ ଦୁଇ ଗ୍ୟାଙ୍ଗ ମଧ୍ୟରେ ଜୁନ୍ରେ ହୋଇଥିବା ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥଲା। ଏହା ସହ ୧୧ କଏଦୀ ଆହତ ହୋଇଥିଲେ।
Powered by Froala Editor