୧୦ ପର୍ଯ୍ୟନ୍ତ ଚାଲିବ କୁମ୍ଭୀର ଗଣନା କାର୍ଯ୍ୟ
ପଟ୍ଟାମୁଣ୍ଡାଇ: ଭିତରକନିକାରେ କୁମ୍ଭୀର ଗଣନା ହୋଇଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ଗଣନା କାର୍ଯ୍ୟ ଚାଲିବ। ଭିତରକନିକା ସଂଲଗ୍ନ ନଦୀ ନାଳରେ ଗଣନା ହେବା ନେଇ ସୂଚନା ଦେଇଛନ୍ତି ରାଜନଗର ଡିଏଫ୍ଓ । ଏଥିଲାଗି ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ କୁମ୍ଭୀର ଗଣନାରେ ବାଧା ସୃଷ୍ଟି ଯୋଗୁଁ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିଥାଏ ।
Powered by Froala Editor