+୩ ପ୍ରଥମ ବର୍ଷ ପାଠରେ ବିପର୍ଯ୍ୟୟ ପରିଚାଳନା ବାଧ୍ୟତାମୂଳକ
ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି +୩ ପ୍ରଥମ ବର୍ଷ ପାଠରେ ବିପର୍ଯ୍ୟୟ ପରିଚାଳନା ବାଧ୍ୟତାମୂଳକ ରହିବ । ବିପର୍ଯ୍ୟୟ, ମହାମାରୀ ପରିଚାଳନା ଓ ସର୍ଭାଇଭାଲ ସ୍କିଲ ପଢାଯିବ । ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ବର୍ଗ ପିଲା ଏହାକୁ ବାଧ୍ୟତାମୂଳକ ପଢିବେ । କୋର୍ସ ମାର୍କ ୧୦୦ ରହିବାକୁ ଥିବାବେଳେ +୩ ପ୍ରଥମ ବର୍ଷ ପିଲା ପଢିବେ । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ ପରେ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ସେହିପରି ଆଜି ଅପରାହ୍ନରେ କୁଳପତିମାନଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।
ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ବବିଦ୍ୟାଳୟ ଗୁଡ଼ିକର କୁଳପତିମାନଙ୍କୁ ନେଇ ଅପରାହ୍ନ ୩ଟାରେ ଆୟୋଜିତ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଭାଗୀୟ ସଚିବ, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କ ସମେତ ବହୁ ଶିକ୍ଷାବିତ୍ ମଧ୍ୟ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।
ଆରମ୍ଭ ହେଲା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକଏହାସହ ବିଭିନ୍ନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କ ସହ ମଧ୍ୟ ଦିନ ୨ରୁ ସନ୍ଧ୍ୟା୬ ଟା ମଧ୍ୟରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ୟୁଜି-ପିଜି ପରୀକ୍ଷାର ସମୀକ୍ଷା ସମେତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ ପାଠପଢ଼ା ନେଇ ଆଲୋଚନା ହେବ ।
Powered by Froala Editor