ପୁଣି ଇତିହାସ ରଚିବ ଭାରତ, ୧୨ ରେ PSLV C-62 ହେବ ଉତକ୍ଷେପଣ
ନୂଆଦିଲ୍ଲୀ: ପୁଣି ଇତିହାସ ରଚିବ ଭାରତ । ଜାନୁଆରୀ ୧୨ ତାରିଖରେ ଉତକ୍ଷେପଣ ହେବ PSLV C-62 ରକେଟ୍ । ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ପ୍ରଥମ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO । ଏହା ISROର ୧୦୧ ତମ କକ୍ଷପଥ ମିଶନ । ଏହି ରକେଟରେ ୧୯ଟି ଉପଗ୍ରହ ମହାକାଶକୁ ପଠାଯିବ । ଏଥିରେ ରହିଛି ଭାରତର ପେଲୋଡ୍ EOS N1 । ଏହାଦ୍ବାରା ମହାକାଶ ଉପରୁ ଭାରତ ଉପରେ ନଜର ରଖାଯିବ । ଏହା ଏକ ଗୁପ୍ତଚର କ୍ୟାମେରା ।
Powered by Froala Editor