ଲଜ୍ଜାଜନକ ଘଟଣା: ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର
ପଦ୍ମପୁର : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ନାଇରା ଗାଁରେ ଅପରାହ୍ନ ସମୟରେ ଜଣେ ୨୫ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଯୁବତୀ ଜଣକ କପା ବାଡକୁ କପା ତୋଳିବାକୁ ଯାଇଥିଲେ। ସେହି ସମୟରେ ୩ ଜଣ ଯୁବକ ଯୁବତୀଙ୍କୁ ବଳାତ୍କାର କରିବା ସହିତ ଏହି କଥା କାହାକୁ ପ୍ରକାଶ କଲେ ମାରିଦେବେ ବୋଲି ଧମକ ଦେଇଥିଲେ। ଏନେଇ ପରିବାରଲୋକ ଥାନାରେ ଏତଲା ଦେବା ପରେ ଗୁଡ଼ାରୀ ଆଇଆଇସି ସମର୍ପିତା ସ୍ୱାଇଁ ଏକ ମାମଲା ରୁଜୁ କରି ଜଣକୁ ଥାନାରେ ଅଟକ ରଖି ପଚରଉଚରା କରୁଥିବା ଜଣାପଡିଛି ।
Powered by Froala Editor