ଲାଗୁନି ବ୍ରେକ୍: ବଢି ଚାଲିଛି ସୁନା ରୂପା ଦର
ଭୁବନେଶ୍ୱର: ସୁନା ଏବଂ ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍ । ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହିତ ଧାତୁ ଦ୍ୱୟ ମହଙ୍ଗା ହୋଇଚାଲିଛି । ତେବେ ସୁନା ତୁଳନାରେ ରକେଟ୍ ବେଗରେ ବଢ଼ିଚାଲିଛି ରୁପା ଦର । ବର୍ଷକରେ ଏହା ୩ ଗୁଣା ମହଙ୍ଗା ହେଲାଣି । ଚାହିଦା ଏବଂ ଯୋଗାଣ ମଧ୍ୟରେ ପ୍ରଭେଦ ରୁପା ଦରକୁ ଦ୍ରୁତ ବେଗରେ ବଢ଼ାଇଚାଲିଛି ।
ସୁନା ଲକ୍ଷେ ୪୧ ହଜାର ପାର୍ କରିଥିବାବେଳେ ରୁପା ୩ ଲକ୍ଷ ଆଡ଼କୁ ମୁହାଁଇଲାଣି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୧୨୦୦ ଟଙ୍କା ଏବଂ ୧୧୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୪୧,୨୨୦ ଟଙ୍କା ଏବଂ ୧,୨୯,୪୫୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୦,୦୦୦ ଟଙ୍କା ମହଙ୍ଗା ହୋଇ ୨,୭୪,୦୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ରୁପା ଦର ବଢ଼ିବାର ୪ଟି ବଡ଼ କାରଣ ରହିଛି । ସୋଲାର, ଇଲେକ୍ଟ୍ରୋନିକ୍ସ ଏବଂ ଇ-ଯାନର ବହୁଳ ବ୍ୟବହାର ଯୋଗୁ ରୁପା କେବଳ ଏକ ଗହଣା ନୁହେଁ, ଏହା ଜରୁରୀ କଞ୍ଚାମାଲ ପାଲଟିଛି । ଟ୍ରମ୍ପଙ୍କ ଟାରିଫ ଡରରେ ଆମେରିକୀୟ କମ୍ପାନିଗୁଡ଼ିକ ବଡ଼ ଆକାରରେ ରୁପା ଠୁଳ କରୁଛନ୍ତି । ଫଳରେ ଯୋଗାଣ ଅଭାବ ଯୋଗୁ ଦର ଉପରକୁ ଯାଉଛି । ଗୋଟିଏ ସପ୍ତାହରେ ରୁପା ୪୮,୦୦୦ ଟଙ୍କା ବଢ଼ିଯାଇଛି ।
Powered by Froala Editor