ଆଜି ରତ୍ନଭଣ୍ଡାର ଗଣତିମଣତି ନେଇ ଉଚ୍ଚସ୍ତରୀୟ କମିଟି ବୈଠକ
ପୁରୀ: ଆଜି ରତ୍ନଭଣ୍ଡାର ଗଣତିମଣତି ନେଇ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ । ରତ୍ନଭଣ୍ଡାର ମରାମତି ଓ ଗଣତିମଣତି ପ୍ରସଙ୍ଗକୁ ନେଇ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଅପରାହ୍ଣ ସାଢ଼େ ୪ଟାରେ ବସିବ । ବୈଠକରେ କମିଟି ସଦସ୍ୟଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ରହିବେ । ବୈଠକରେ ରତ୍ନଭଣ୍ଡାର ରତ୍ନ ଗଣତିମଣତି ନେଇ ଚିଠା ମାର୍ଗଦର୍ଶିକା ନେଇ ଆଲୋଚନା ହେବ । ସଦସ୍ୟଙ୍କ ମତାମତକୁ ନେଇ ଚୂଡ଼ାନ୍ତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯିବ । ସରକାରଙ୍କ ଅନୁମତି ପରେ ଗଣତିମଣତି ପ୍ରକ୍ରିୟା ହେବ ବୋଲି ସୂଚନା ମିଳିଛି ।
Powered by Froala Editor