ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର
ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଏବେ ସାରା ରାଜ୍ୟର ଲୋକ ଧାଇଁଧପଡ଼ କରୁଛନ୍ତି । ଏବେ ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପ୍ରଦୂଷଣ ପ୍ରମାଣପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପରିବହନ ବିଭାଗ ଗ୍ରୀନ ଷ୍ଟିକର ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି । ୨୦୧୯ରେ ଯେଉଁ ଫାଇନ ବୃଦ୍ଧି କରାଯାଇଛି ତାକୁ କୋହଳ କରିବାକୁ ତର୍ଜମା କରିବୁ । ଅନ୍ୟ ରାଜ୍ୟରେ ଫାଇପ କମ ରହିଛି, ଆମ ରାଜ୍ୟରେ ବି କମାଇବାକୁ ପର୍ଯ୍ୟାଲୋଚନା କରୁଛୁ ।
ପ୍ରକାଶ ଯେ କହିଥିଲେ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ ନାହିଁ ତ, ମିଳିବନି ପେଟ୍ରୋଲ୍ କି ଡିଜେଲ୍। ଯାହାକୁ ନେଇ ପିୟୁସିସି ନଥିବା ଗାଡ଼ି ଚାଳକଙ୍କ ମଧ୍ୟରେ ପଡ଼ିଥିଲା ଭାଳେଣି...ପିୟୁସିସି ସେଣ୍ଟର ଯାଏଁ ଲାଗିରହିଥିଲା ଧାଁ ଦୌଡ଼...ଶେଷରେ ସ୍ଥିତିକୁ ଦେଖି ବଡ଼ ଆଶ୍ବସ୍ତି ସ୍ବରୂପ ମାସକର ମହଲତ ଦେଇଛନ୍ତି ରାଜ୍ୟ ସରକାର। ଜାନୁୟାରୀରୁ ନୁହେଁ, ଫେବ୍ରୁୟାରୀରୁ ଲାଗୁ ହେବ ନିୟମ, ଯାଞ୍ଚ ହେବ ପିୟୁସିସି । ରାଜ୍ୟ ପରିବହନ ବିଭାଗ ଏନେଇ ସ୍ପଷ୍ଟ କରିଛି। ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଧ୍ୟ ମିଡ଼ିଆ ସାମ୍ନାକୁ ଆସି କହିଛନ୍ତି, ଯେଉଁମାନେ ନିଜ ଯାନବାହନର ଆବଶ୍ୟକୀୟ ଡକ୍ୟୁମେଣ୍ଟ ତିଆରି କରିନାହାଁନ୍ତି, ତୁରନ୍ତ କରାଇନିଅନ୍ତୁ। ଯଥା RC ହେଉ କି ଇନସ୍ୟୁରାନ୍ସ, ଫିଟନେଟ୍ ସାର୍ଟିଫିକେଟ ହେଉ ବକେୟା ଚାଲାଣ। ସବୁ କ୍ଲିୟର ନଥିଲେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍-PUC ସାର୍ଟିଫିକେଟ୍ ପାଇବାରେ ସମସ୍ୟା ଉପୁଜିପାରେ। ତେଣୁ ଜାନୁୟାରୀ ଭିତରେ ଏ ସବୁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ପରିବହନ ମନ୍ତ୍ରୀ। ଫେବ୍ରୁଆରୀ ୧ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ବି PUCC ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବନି।
ପରିବହନ ବିଭାଗ ମାସକର ଆଶ୍ବସ୍ତି ଦେଇଛି ସତ, ତଥାପି ରହିଛି କେଁ। କାରଣ ରାଜ୍ୟ ବ୍ୟାପି ଯେତିକି ଯାନବାହନ ଅଛି, ତା ଭିତରୁ କିଛି ଗାଡ଼ିର ବୀମା ନାହିଁ ତ ଆଉ କାହା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ। ଯାହାର ପ୍ରମାଣ ଦେଖିବାକୁ ମିଳିଛି ରାଜ୍ୟର ବିଭିନ୍ନ ସହରର PUCC ସେଣ୍ଟର ଗୁଡ଼ିକରେ ଲମ୍ବିଥିବା ଲାଇନ୍। (WINDOW WITH LOCATION) କେବଳ ଏତିକି ନୁହେଁ, ମୋଟର ଯାନ ଗୁଡ଼ିକରେ ବିଭିନ୍ନ ସମୟରେ କଟିଥିବା ଚାଲାଣ ପୈଠ ହୋଇନଥିବାରୁ ଟ୍ରାଫିକ୍ ଥାନା ଗୁଡ଼ିକରେ ଏବେ ବଢ଼ିବାରେ ଲାଗିଛି ଖିଲାପିଙ୍କ ଭିଡ଼।
Powered by Froala Editor