ଆମେ ବିଜୁ ବାବୁଙ୍କ ଫର୍ମୁଲା ଆପଣେଇବୁ: ମୁନା ଖାଁ
ଭୁବନେଶ୍ୱର: ବିଜେଡି ଦଳରେ ଅଛନ୍ତି ଦୁଇ ମୁଣ୍ଡିଆ ସାପ । ଦୁଇ ମୁଣ୍ଡିଆଙ୍କୁ ଆମେ ଛାଡିବୁ ନାହିଁ । ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ଏଭଳି ବିସ୍ଫୋରକ ଅଭିଭାଷଣ ରଖିଛନ୍ତି ବିଜେଡି ନେତା ମୁନା ଖାଁ ।
ମୁନା ଖାଁ କହିଛନ୍ତି ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର । ମୋର ମନେ ଅଛି ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ଆଇପିଏସ ଲୋକଙ୍କୁ ହଇରାଣ କରୁଥିଲା ମିଛ କେଶ କରୁଥିଲା । ମୁଁ ଗୋଟେ ପିଲାକୁ ଠିକ କରିଥିଲି ସେ ଆଇପିଏସ ଅଫିସରକୁ ଗୋଟେ ଚାପୁଡ଼ା ମାରିଲା ବିଜୁ ବାବୁଙ୍କ ଆଗରେ ତା ଟୋପି ଉଡ଼ିଗଲା । ପରେ ଆରେଷ୍ଟ କଲେ ବିଜୁ କହିବା ପରେ ତାକୁ ଛାଡି ଦେଲେ ।
କିନ୍ତୁ ଆମ ନେତା ନବୀନ ପଟ୍ଟନାୟକ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢେଇଲେ । କିନ୍ତୁ ମୋତେ ଲାଗୁଛି ଏବଂ ମୁଁ ନବୀନ ବାବୁଙ୍କୁ କହି ସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ । ଇଏ ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡିବୁନି ବୋଲି ମୁଁ କହି ସାରିଛି । ନେତା ଆମର ନବୀନ ପଟ୍ଟନାୟକ । ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକୀ ଦେଖାଇଲେ ଆଉ ଚଳିବ ନାହିଁ । ଆମେ ବିଜୁ ବାବୁଙ୍କ ଫର୍ମୁଲା ଆପଣେଇବୁ। ଯେଉଁଠି ହେଉ କି ସେଠି ତାଙ୍କୁ ଗେଲ କରିବୁ । ଆଗାମୀ ଦିନରେ ତାହା ଦେଖିବେ ।
Powered by Froala Editor