ବିଜେଡିକୁ କେହି କେବେ ଭାଙ୍ଗିପାରିବେନି: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ବିଜେଡି ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ୨୯ତମ ବିଜେଡି ପ୍ରତିଷ୍ଠା ଦିବସକୁ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ସଭାପତି ନବୀନ ପଟ୍ଟନାୟକ ଉତ୍ସବରେ ସାମିଲ ହୋଇ ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇଛନ୍ତି ।
ଦୀର୍ଘ ଦିନ ହେବା ବିଜେଡିକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ଉପରେ ବକ୍ତବ୍ୟ ରଖିଛନ୍ତି ସଭାପତି । ପ୍ରତିଷ୍ଠା ଦିବସରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନାବାଳିକା ଦୁଷ୍କର୍ମ ବଢିଛି, ହେଲେ ସରକାର ଚୁପ୍ ହୋଇ ବସିଛନ୍ତି ।
ଏହାସହିତ ବିଜେଡିକୁ ନେଇ ଯେଉଁ ଅପପ୍ରଚାର ଚାଲିଛି, ତାହା କେବଳ ଅପପ୍ରଚାର । ବିଜେଡିକୁ କେହି କେବେ ଭାଙ୍ଗିପାରିବେନି । ବିଜେଡି ଅଛି ଓ ରହିବ, ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡିରାଜ୍ୟରେ ରହିବ । ଆଜି ପ୍ରତିଷ୍ଠା ଦିବସରେ ଏଭଳି ଦୃଢୋକ୍ତି ବାଢିଛନ୍ତି ସଭାପତି ନବୀନ ପଟ୍ଟନାୟକ ।
Powered by Froala Editor