ପରଲୋକରେ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି
ଭୁବନେଶ୍ୱର: କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି ସଞ୍ଚିତା । ଅନେକ ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ୨୦୦୪ରୁ ୨୦୦୯ ଯାଏଁ ସେ କୋରେଇର ବିଧାୟିକା ହୋଇଥିଲେ । ସେ ୨୦୦୪ରୁ ୨୦୦୯ ଯାଏ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବହୁ ବିଜେପି ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।
ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାକୁ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇ ନିର୍ବାଚିତ ହୋଇଥିଲେ । ସଞ୍ଜିତା ମହାନ୍ତି ୧୯୫୮ ମସିହାର ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ।
Powered by Froala Editor