କରୋନା ସମୟରେ ଛୋଟ ପିଲା କ’ଣ ଖାଇବା ଉଚିତ୍ ?

ଛୋଟ ପିଲାଙ୍କ ଅଭିବୃଦ୍ଧି ପାଇଁ ପୋଷଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କରୋନା ସମୟରେ ପିଲାଙ୍କ ଖାଦ୍ୟପେୟର ଠିକ ଭାବରେ ଯତ୍ନ ନେବା ଉଚିତ ତା ସହିତ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କିପରି ଭାବରେ ବଢିବ ସେଥି ପ୍ରତି ଯତ୍ନବାନ ହେବା ଉଚିତ ।
ଜନ୍ମରୁ ୬ ମାସ ପର୍ୟ୍ୟନ୍ତ ଶିଶୁଙ୍କୁ ସମ୍ପୂର୍ଣ୍ଣ ଭାବରେ ମା’ କ୍ଷୀର ଦିଅନ୍ତୁ ଏବଂ ଛୁଆକୁ ୨ ବର୍ଷ ହେବା ଯାଏଁ ମା’ କ୍ଷୀର ଦେବା ବନ୍ଦ କରନ୍ତୁ ନାହିଁ ।
୬ ମାସ ପରେ ଅର୍ଦ୍ଧତରଳ ଖାଦ୍ୟ ଦେବା ଆରମ୍ଭ କରନ୍ତୁ ।
ପ୍ରଚୁର ପରିମାଣରେ ପରିବା, ଫଳ, ଡାଲିଜାତୀୟ ଖାଦ୍ୟ ଦିଅନ୍ତୁ
କ୍ଷୀର ଏବଂ କ୍ଷୀର ଜାତୀୟ ଖାଦ୍ୟ ଯଥା ଦହି, ଛେନା, ପନିର ଆଦି ଦିଅନ୍ତୁ ।
ଫଳରସ ଆଉ ଡ୍ରାଏ ଫ୍ରୁଟସ ଖାଇବା ଉଚିତ ।
ଆମିଷରେ ମାଛ, ଅଣ୍ଡାର ଧଳା ଅଂଶ, ଚିକେନ ଆଦି ଦିଅନ୍ତୁ ।
ଖାଦ୍ୟ ଖାଇବା ସହିତ ପାଣି ପିଇବା ମଧ୍ୟ ନିହାତି ଆବଶ୍ୟକ । ଦୈନିକ ୮-୧୦କପ ପାଣି ଦିଅନ୍ତୁ ।
ଛୋଟ ଛୁଆଙ୍କ ଖାଦ୍ୟରେ ଅତ୍ୟଧିକ ଲୁଣ, ରାଗ କିମ୍ବା ତେଲ ପକାନ୍ତୁ ନାହିଁ ।
ପ୍ରତ୍ୟେକ ଦିନ ତାଙ୍କୁ ଗାଟିଏ ଫଳ ଖାଇବାର ଅଭ୍ୟାସ କରାନ୍ତୁ ।
ଅତ୍ୟଧିକ ମିଠା, ବାହାର ଖାଦ୍ୟ, ଫାଷ୍ଟଫୁଡ, ଜଙ୍କ୍ଫୁଡ ଦିଅନ୍ତୁ ନାହିଁ ।
ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ କ୍ଷୀରରେ ହଳଦୀ ମିଶାଇ ଦିଅନ୍ତୁ ।
ଘରେ ବ୍ୟାୟାମ କରିବାକୁ କୁହନ୍ତୁ ।
ସବୁ ଋତୁର ଫଳ ଏବଂ ପରିବା ତାଙ୍କୁ ଖାଇବାକୁ ଦିଅନ୍ତୁ ।
ଭିଟାମିନ ସି ଆଉ ଜିଙ୍କ ଯୁକ୍ତ ଖାଦ୍ୟ ଯଥା କମଳା, ଲେମ୍ବୁ, ଅଁଳା, ବାଦାମ,ଓଟ୍ସ, ଦଲିଆ ଆଦି ଖାଇବା ଉଚିତ ।
ନରମ ଏବଂ ଉଷୁମ ଖାଦ୍ୟ ଦିଅନ୍ତୁ ।
Powered by Froala Editor