ଏନକାଉଣ୍ଟର : ଟପ୍ ମାଓନେତା ଗଣେଶ ସମେତ ୪ ଜଣ ନିହତ
କନ୍ଧମାଳ : ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ ବଡ଼ ସଫଳତା । କନ୍ଧମାଳ ଜିଲ୍ଲାରେ ବଡଧରଣର ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଛନ୍ତି ୪ ମାଓବାଦୀ। ଏନ୍କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ନିହତ ହୋଇଥିବା ସୂଚନା ମିଳିଛି। ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ ହୋଇଛି।
ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି। ଚକାପାଦ ଥାନା ଅଞ୍ଚଳରେ ଜଏଣ୍ଟ ଅପରେସନରେ ବଡ଼ ସଫଳତା ଏସ୍ଓଜି, ସିଆରପିଏଫ୍, ବିଏସ୍ଏଫ୍ ଯବାନଙ୍କ ପକ୍ଷରୁ ମିଳିତ ଏନକାଉଣ୍ଟର କରାଯାଇଥିଲା।
ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି।
Powered by Froala Editor