ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି କୋଅପରେଟିଭ ସୋସାଇଟି ମାମଲା: ୧୧ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ଇଡି
ଭୁବନେଶ୍ବର: ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି କୋଅପରେଟିଭ ସୋସାଇଟି ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଭିଯୋଗ ଫର୍ଦ (ଚାର୍ଜସିଟ୍) ଦାଖଲ କରିଛି। ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି। ଚାର୍ଜସିଟ୍ରେ ଇଡି ଦର୍ଶାଇଛି, ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ନାଁରେ ଖଣିଜ ପରିବହନ କରିବା କାର୍ଯ୍ୟରେ ଶହ ଶହ କୋଟି ଠକେଇ ହୋଇଛି।
କେନ୍ଦୁଝର ଶୁଆକାଟିରେ ଥିବା ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ସହିତ କେନ୍ଦୁଝର ଖଣିରୁ ଲୁହାପଥର ଲୋଡିଂରେ ନିୟୋଜିତ ଥିଲା।
ଏହି ଅଭିଯୋଗକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲା। ଇଡି ଭାରତୀୟ ଦଣ୍ଡ ସଂହିତା ୧୮୬୦ର ବିଭିନ୍ନ ଧାରା ଅନୁଯାୟୀ, ଠକେଇ, ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ଆଦି ଦିଗକୁ ନେଇ ତଦନ୍ତ ଚଳାଇଛି।
Powered by Froala Editor