ବଡଦିନ ଉତ୍ସବ ମୁଖର ହୋଇ ଉଠିଛି କନ୍ଧମାଳ
ଫୁଲବାଣୀ: ଆଜି ବଡଦିନ। ଖ୍ରୀଷ୍ଟିୟ ସମ୍ପ୍ରଦାୟର ଏହି ପ୍ରମୁଖ ପର୍ବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର କନ୍ଧମାଳ ଜିଲ୍ଲା। ସମସ୍ତ ଚର୍ଚ୍ଚ ଆଲୋକମାଳାରେ ସଜ୍ଜିତ ହୋଇଛି। ଖ୍ରୀଷ୍ଟିୟ ଭାଇ ଭଉଣୀ ମାନେ ଏହି ପର୍ବକୁ ପାଳିବା ପାଇଁ ପ୍ରସ୍ତୁତ ଜୋରଦାର କରିଛନ୍ତି । ମଧ୍ୟରାତ୍ରରେ ଅନୁଷ୍ଠିତ ହୋଇଛି ପ୍ରଭୁ ଯୀଶୁଙ୍କ ଧରାବତରଣ ପର୍ବ। ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଭିନ୍ନ ଥାନା ପକ୍ଷରୁ ଗତକାଲି ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ ଆୟୋଜିତ ହୋଇଛି। ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ କଡା ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ସମୁଦାୟ ୨୭ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।
ସେହିଭଳି ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ନାକା କରାଯାଇ ଯାନବାହନ ଯାଞ୍ଚ ଚାଲିଛି। ରାତ୍ରି ପାଟ୍ରୋଲିଂ କୁ କଡାକଡି କରାଯାଇଛି। ଗତକାଲି ଫୁଲବାଣୀ ଟାଉନ ପୁଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା।
Powered by Froala Editor