ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି: ଦିଶୁନି ଶ୍ରୀମନ୍ଦିର ପତିତପାବନବାନା
ଭୁବନେଶ୍ଵର : ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଅନୁଭୂତ ହୋଇଛି। ଭୁବନେଶ୍ଵରରେ ଘନ କୁହୁଡି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାଜଧାନୀ ସମେତ କଟକ , ପୁରୀ ଆଦି ସ୍ଥାନରେ ଘନ କୁହୁଡି ଆଛାଦିତ ହୋଇଛି। ପ୍ରବଳ କୁହୁଡି ପାଇଁ ଶ୍ରୀମନ୍ଦିର ପତିତପାବନ ବାନା ଦୃଶ୍ୟ ହେଉନାହିଁ। ସପ୍ତାହେ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ନାହିଁ। ସୁନ୍ଦରଗଡ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ମଧ୍ୟ ପ୍ରବଳ କୁହୁଡି ଦେଖିବାକୁ ମିଳିଛି।
Powered by Froala Editor