୫ ରୁ ୬ ମାସ ଲାଗିବ ଗଣତି ମଣତି କାର୍ଯ୍ୟ: ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ବର: ଖୁବଶୀଘ୍ର ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି । ପ୍ରଥମେ ହାଇ-ଲେବେଲ କମିଟି ବୈଠକ ବସିବ । ଏହାପରେ ମ୍ୟାନେଜିଂ କମିଟିକୁ ଏହି ପ୍ରସଙ୍ଗ ଆସିବ । ମ୍ୟାନେଜିଂ କମିଟି ଅନୁମୋଦନ ପରେ କେବେ ଠାରୁ ଗଣତି ମଣତି କାର୍ୟ୍ୟ ଆରମ୍ଭ ହେବ ସେ ବିଷୟରେ ସରକାରଙ୍କୁ ଜଣାଇ ଦିଆଯିବ । ଏହି ପ୍ରକ୍ରିୟା ୫ରୁ ୬ ମାସ ଲାଗିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ସେପଟେ ଏହା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିଷଦ ବିବରଣୀ ପ୍ରଦାନ କରିଛନ୍ତି ଜଷ୍ଟିସ୍ ବିଶ୍ବନାଥ ନାଥ । ‘ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ମହାପ୍ରଭୁଙ୍କ ଅଳଙ୍କାରକୁ ପୂର୍ଣ୍ଣ ସ୍ଥାପିତ କରାଯାଇଛି । ଆସନ୍ତା ୨୭ ତାରିଖରେ ରତ୍ନଭଣ୍ଡାର ସମ୍ପର୍କିତ ନେଇ ବୈଠକ ବସିବ । ଗଣତି ମଣତି ନେଇ ଉପରେ ଆଲୋଚନା ହେବ ବୋଲି ଜଷ୍ଟିସ୍ ରଥ କହିଛନ୍ତି।
Powered by Froala Editor