କାନ୍ଥ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
ସୋନପୁର: କାନ୍ଥ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡ଼ିପାଲି ଗାଁରେ ଅଘଟଣ । ମୃତ ଯୁବକ ଜଣକ ଶଶାଙ୍କ ମିଶ୍ର ବୋଲି ଜଣାପଡିଛି । ସୂଚନା ମୁତାବକ, ଶଶାଙ୍କ ଗତକାଲି ରାତିରେ ପରିଶ୍ରା କରିବାକୁ ଯାଇଥିବାବେଳେ ଏକ ଅର୍ଦ୍ଧ ଭଙ୍ଗା କାନ୍ଥ ପଡିଯାଇଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ଯାଇଥିଲେ ସେ । ଏନେଇ ଘଟଣାସ୍ଥଳରୁ ତାଙ୍କ ପରିବାର ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Powered by Froala Editor