ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପେଟିପେଟି ଔଷଧ ପୋଡ଼ି ଦେଲେ, ତଦନ୍ତ ଆରମ୍ଭ
ସୋର: ବାଲେଶ୍ଵର ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି। ରୋଗୀଙ୍କୁ ନିରାମୟ ଔଷଧ ଦିଆନଯାଇ କେଉଁଠି ଅଳିଆ ଗଦାରେ ପିଙ୍ଗା ଯାଉଛି ତ ଆଉ କେଉଁଠି ପୋଡ଼ି ଦିଆଯାଉଛି । ଜିଲ୍ଲାର ରେମୁଣା ବ୍ଳକର ଘଟଣା ପରେ ବାହାନଗା ବ୍ଲକ ବାହାନଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଏଭଳି ସାଂଘାତିକ ଚିତ୍ର ଦେଖିାବାକୁ ମିଳିଛି।
ବାହାନଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପେଟିପେଟି ଔଷଧ ପୋଡ଼ି ନଷ୍ଟ କରାଯାଇଛି । ରୋଗୀଙ୍କୁ ସରକାର ଯୋଗାଉଥିବା ଔଷଧ ରୋଗୀଙ୍କ ନିକଟରେ ପହଞ୍ଚୁ ନଥିବାର ଅଭିଯୋଗ ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିବା ସ୍ଥାନୀୟ ଲୋକ ପ୍ରତିନିଧି ଓ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାତ ବେହେରାଙ୍କ ନିର୍ଦ୍ଦେଶରେ ବହାନଗା ମେଡିକାଲରେ ୬ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଥିବା ମେଡିକାଲ ସୁପରିଟେଣ୍ଡଣ୍ଟ ଧୀରେସ ଷଡଙ୍ଗୀ ସୂଚନା ଦେଇଛନ୍ତି ।
Powered by Froala Editor