Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ...

  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ...

  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ...

  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ...

  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ...

  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ...

  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ...

  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ...

Home ›› ››ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

2025-12-23 16:53:26
13433
Share:
Facebook
Twitter
E-Mail
WhatsApp
Telegram
ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩ ଡିସେମ୍ବର ୨୦୨୫ :ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।


ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର  ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଆସିଥାନ୍ତି। ଏହି ମେଡିକାଲ କଲେଜକୁ ଏକ ବିଶ୍ବସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଆବଶ୍ୟକୀୟ ପାର୍କିଂ ସୁବିଧା ଉପରେ ବୈଠକରେ ଆଲୋଚନା ହୋଇଥିଲା।


 ବୈଠକରୁ ଜଣାଯାଇଛି ଯେ, ଏସ୍.ସି.ବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (G+16) ବିଶିଷ୍ଟ ଏକ ମଲ୍‌ଟି ଲେଭଲ୍‌ ପାର୍କିଂ ସୁବିଧା ବିକଶିତ କରାଯିବ। ପାର୍କିଂ ସୁବିଧା ଉଭୟ ଏସ୍.ସି.ବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ। ଏହି ବିଲ୍‌ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଠ ମହଲା ଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି. ଫାର୍ମା ଏବଂ ଡି. ଫାର୍ମା କଲେଜ୍ ଇତ୍ୟାଦି କାର୍ଯ୍ୟକ୍ଷମ ହେବ। 


ଏଥିସହିତ ମେଡିକାଲ ଛାତ୍ର ମାନଙ୍କୁ ଚାପମୁକ୍ତ ରଖିବା ପାଇଁ ଇଣ୍ଡୋର ଗେମ୍, ସୁଇମିଂ ପୁଲ୍ ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ସୂଚନାଯୋଗ୍ୟ ଯେ ଜାତୀୟ ଶିକ୍ଷାନୀତି ୨୦୨୦ରେ ପିଲାମାନଙ୍କୁ ଚାପମୁକ୍ତ ରଖିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।  ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ଖୁବଶୀଘ୍ର ଡିପିଆର୍ ପ୍ରସ୍ତୁତ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ସିବି ନିକଟରେ ୧୩ ଗୋଟି ହାଉସିଂ ଟାୱାର କାମ ନିର୍ମାଣଧୀନ ରହିଛି। ଯେଉଁଥିରେ ୬୭୨ଟି ଆବାସିକ ୟୁନିଟ୍ ଓ ୨,୨୪୪ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଉଛି। ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ସବିସ୍ତୃତ ଆଲୋଚନା କରି ଏହାର ନିର୍ମାଣକାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ପୁନଃ ବିକାଶ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା ହୋଇଥିଲା।  


ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ, ଏହାକୁ ପିପିପି ମୋଡ୍‌ରେ  କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ହସ୍ପିଟାଲ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା କେନ୍ଦ୍ର ସରକାରଙ୍କ ପି.ଏସ୍.ୟୁକୁ ଏକ୍ଷେତ୍ରରେ ପ୍ରାଥମିକତା ଦିଆଯାଉ, ଆବଶ୍ୟକସ୍ଥଳେ ଘରୋଇ କ୍ଷେତ୍ରକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ସେ କହିଥିଲେ। ଏଥି ସହିତ ରାଜ୍ୟର କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ, କୋରାପୁଟ, ବାରିପଦା ଓ ବଲାଙ୍ଗିରରେ ଥିବା ସରକାରୀ ମେଡିକାଲ କଲେଜ୍‌  କ୍ୟାମ୍ପସ୍‌ରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। 


 ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ  ଶ୍ରୀମତୀ ଅଶ୍ବତୀ ଏସ୍., ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକ ଡ. ବୃନ୍ଦା ଡି ଏବଂ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Powered by Froala Editor

Tags Chief minister, Mohan Charan Majhi

Related articles Odisha News Lens 4.1

  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା :  ମୁଫତେଶକୁ ଏନକାଉଣ୍ଟର
    ଅପରାଧ

    ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14654
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’
    ମନୋରଞ୍ଜନ

    ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15522
    May 21, 2026
  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

    14810
    May 20, 2026
  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    13823
    May 21, 2026
  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ
    ଦେଶ-ଦେଶାନ୍ତର

    ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ

    13451
    May 21, 2026
  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ
    ଦେଶ-ଦେଶାନ୍ତର

    ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

    14115
    May 21, 2026
  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା
    ଦେଶ-ଦେଶାନ୍ତର

    ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15551
    May 21, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି
    ବିଶେଷ

    ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14395
    May 21, 2026
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15090
    May 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15551
    May 21, 2026
  • ଦେଶ-ଦେଶାନ୍ତର

    ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15090
    May 21, 2026
  • ମନୋରଞ୍ଜନ

    ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15522
    May 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16871
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17486
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17538
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17922
    Sep 06, 2023

ବିଶେଷ

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14395
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14163
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14420
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15483
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15092
    May 15, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15412
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15151
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15644
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13974
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    13823
    May 21, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14654
    May 21, 2026
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15090
    May 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In