ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲଙ୍କ ବଡ ନିର୍ଦେଶ, ଜାଣନ୍ତୁ କ’ଣ?
ଛତିଶଗଡ : ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲ ବଡ ନିର୍ଦେଶ ଦେଇଛନ୍ତି। କହିଛନ୍ତି ଛତିଶଗଡ ମଧ୍ୟ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରୁ। ଏଜି ପୀତାମ୍ବର ଆଚାର୍ୟ୍ୟ ଓଡିଶାର ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ଜଣାଇଛନ୍ତି। ତେଣୁ ଛତିଶଗଡ ମଧ୍ୟ ଏପରି କମିଟି ଗଠନ କରୁ ବୋଲି ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି। ୨୦୨୬ ଏପ୍ରିଲ ମାସରେ ଟ୍ରିବ୍ୟୁନାଲଙ୍କ କାର୍ୟ୍ୟକାଳ ସରୁଥିବାରୁ ସହମତି ବୃଦ୍ଧି ପାଇଁ ନିର୍ଦେଶ ଦେଇଛନ୍ତି। କାର୍ୟ୍ୟକାଳ ବୃଦ୍ଧି ନିଷ୍ପତ୍ତି ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମିଳିତ ଭାବେ ଜଣାଇବେ। ଆସନ୍ତା ଫେବୃଆରୀ ୭ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ୟ୍ୟ ହୋଇଛି।
Powered by Froala Editor