କୁହୁଡ଼ି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଅବତରଣ କରିପାରିଲାନି
କୁହୁଡି ପାଇଁ ପଶ୍ଚିମବଙ୍ଗର ତହେରପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଅବତରଣ କରିପାରିଲାନି। ହେଲିକପ୍ଟରଟି ଉଡ଼ାଣ କରିଥିଲେ ବି ଦୃଶ୍ୟମାନ କ୍ଷମତା କମ ହୋଇଯିବାରୁ ହେଲିକପ୍ଟରଟି ନିରାପଦରେ କୋଲକାତା ବିମାନବନ୍ଦରକୁ ଫେରି ଆସିଛି। ହେଲିକପ୍ଟରରେ ଯିବା ସମ୍ଭବ ନଥିବାରୁ ମୋଦୀ ସଡ଼କ ପଥରେ ରାଲି ସ୍ଥଳରେ ପହଞ୍ଚିବେ ନା ପାଗ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ ତାହା ଜଣାପଡ଼ିନାହିଁ। ହେଲିକପ୍ଟରରେ ସମ୍ଭବ ନହେବାରୁ ମୋଦୀଜୀ କ’ଣ ନିଷ୍ପତ୍ତି ନେବେ ତାହା ଜଣାପଡ଼ିନାହିଁ। ଭିଡିଓ କଲ୍ ମାଧ୍ୟମରେ ସେ ସମ୍ବୋଧିତ କରିପାରନ୍ତି ବୋଲି କୁହାଯାଉଛି।
ସକାଳ ପ୍ରାୟ ୧୦ଟା ୪୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ କୋଲକାତାରେ ପହଞ୍ଚିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ନଦିଆ ଜିଲ୍ଲାର ତାହେରପୁର ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ପଶ୍ଚିମବଙ୍ଗରେ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବା ପାଇଁ ଏକ ପ୍ରଶାସନିକ କାର୍ଯ୍ୟକ୍ରମ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହା ପରେ ବିଜେପିର ଏକ ରାଜନୈତିକ ରାଲି ପରିବର୍ତ୍ତନ ସଂକଳ୍ପ ସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଏବେ ହେଲିକପ୍ଟରରେ ସମ୍ଭବ ନହେବାରୁ ମୋଦୀଜୀ କ’ଣ ନିଷ୍ପତ୍ତି ନେବେ ତାହା ଜଣାପଡ଼ିନାହିଁ।
Powered by Froala Editor