ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ଜଗତସିଂହପୁର: ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ରାଜେନ୍ଦ୍ରଙ୍କ ବାସଭବନ ଓ ସରକାରୀ କାର୍ୟ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ରେଡ୍ ହୋଇଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ପାସବୁକ୍, ସୁନା ଗହଣା ଓ ନଗଦ ଟଙ୍କା,ଏଟିଏମ କାର୍ଡ ଜବତ ହୋଇଥିବାର ଜଣାପଡିଛି।
ସକାଳ ୬ ଟା ରୁ ଦିନ ୧୨ ଟା ସୁଦ୍ଧା ୨୦୦ ଗ୍ରାମ ସୁନା, ୩ଲକ୍ଷ ୫୦ ହଜାରର ନଗଦ ଟଙ୍କା, ଜଗତସିଂହପୁରରେ ୨ ଟା ପ୍ଲଟ ଓ କଟକରେ ଗୋଟିଏ ପ୍ଲଟ ଠାବ କରାଯାଇଛି । ସେହିପରି ବିଭିନ୍ନ ବ୍ୟାଙ୍କରେ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟାଙ୍କ ଜମାରାଶି ଥିବାର ମଧ୍ୟ ଠାବ କରାଯାଇଛି । ସେହିପରି ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପ୍ରାୟ ୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor