ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା: ୭ ଜଣଙ୍କୁ ଗିରଫ କଲା ପୁଲିସ
ନୂଆଦିଲ୍ଲୀ: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ହେବା ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି। ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି। ଶୁକ୍ରବାର ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ଦଙ୍ଗାକାରୀ। ଏହି ଅପରାଧ ପାଇଁ ଏବେ ପୁଲିସ ୭ଜଣଙ୍କୁ ଗିରଫ କରିଛି।
ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ, ରାପିଡ୍ ଆକ୍ସନ୍ ବାଟାଲିଅନ୍ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରିବା ପରେ ଭିଡ଼ ହିଂସା ଘଟଣାରେ ୭ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ଲିମନ ସରକାର, ମହମ୍ମଦ ତାରେକ୍ ହୋସେନ୍, ମହମ୍ମଦ ମାଣିକ୍ ମିୟା, ଏରଶାଦ ଅଲି, ନିଜୁମ୍ ଉଦ୍ଦିନ୍, ଆଲୋମଗିର ହୋସେନ୍ ଏବଂ ମହମ୍ମଦ ମିରାଜ ହୋସେନ୍ ଆକନ୍।
ସୂଚନା ମୁତାବକ, ମୃତକଙ୍କ ନାମ ଦୀପୁ ଚନ୍ଦ୍ର ଦାସ। ସେ ଭାଲୁକା ଉପକଣ୍ଠ ଦୁବାଲିଆ ପାରା ଅଞ୍ଚଳରେ ଭଡ଼ାରେ ରହୁଥିଲେ।
Powered by Froala Editor