ଭୟାବହ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ
ପିପିଲି : ପୁରୀ ଜିଲା ପିପିଲି ବ୍ଲକ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ସାନସରଗାଇଲ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୩ ବଖରା ଗୁହାଳଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଏଥିରେ ୨ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ପିପିଲି ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନା ଅନୁଯାଇ, ସାନସାରଗାଇଲ ଗାଁର ରବି ରଞ୍ଜନ ବରାଳଙ୍କ ଗୁହାଳ ଘରେ ଶୁକ୍ରବାର ରାତି ପ୍ରାୟ ୨ଟାରେ ନିଆଁ ଲାଗିଥିଲା। ଏଥିରେ ଗୁହାଳ ମଧ୍ୟରେ ଥିବା ୨ଟି ଗୋରୁ ଜୀବନ୍ତ ଦଗ୍ଧ ହେବା ସହ ଗୁହାଳ ଘର ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଥିଲା ।
Powered by Froala Editor