କାରକୁ ୨୦ମିଟର ଘୋଷାଡି ନେଲା ହାଇୱା
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ପାୱାର ହାଉସ୍ ଛକରେ ଦୁର୍ଘଟଣା । ଏକ କାରକୁ ଘୋଷାଡି ନେଇଥିଲା ହାଇୱା । ପାୱାର ହାଉସ୍ ଛକରେ କାରଟି ଟ୍ରାଫିକରେ ନାଲିବତୀ ଥିବାରୁ ଛିଡା ହୋଇଥିବା ବେଳେ ହଠାତ ହାଇୱା ଗାଡିଟି କାରକୁ ୨୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଯାଇଥିଲା । କାରରେ ଚାଳକ ଥିବାବେଳେ ସୌଭାଗ୍ୟବଶତଃ ତାଙ୍କର କିଛି କ୍ଷତି ହୋଇନାହିଁ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
Powered by Froala Editor