ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟାନ୍
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି। ଆଜିଠାରୁ ଏହି ନିୟମ ଲାଗୁ ହୋଇଛି। ୧୬ ବର୍ଷରୁ କମ୍ ବୟସର ପିଲା ମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି। ନୂତନ ଆଇନ ଅନୁଯାୟୀ, ଇନଷ୍ଟାଗ୍ରାମ, ଫେସବୁକ୍, ଥ୍ରେଡ୍ସ, ଏକ୍ସ, ସ୍ନାପଚଟ୍, କିକ୍, ଟ୍ୱିଚ୍, ଟିକଟକ୍, ରେଡିଟ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମଗୁଡ଼ିକ ଏବେ କିଶୋରମାନଙ୍କ ପାଇଁ ବନ୍ଦ କରାଯିବ।
ଯଦି କେହି ନିୟମ ଭାଙ୍ଗୁଛନ୍ତି, ଏଥିଲାଗି ପିତାମାତା ଏବଂ ପିଲାମାନଙ୍କୁ ଦଣ୍ଡିତ କରାଯିବ ନାହିଁ। ଯେକୌଣସି ଉଲ୍ଲଂଘନ ପାଇଁ ଟେକ୍ କମ୍ପାନୀଗୁଡ଼ିକୁ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ସରକାର କହିଛନ୍ତି ଯେ ଏହି ବ୍ୟାନ ଯୁବପିଢ଼ିଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି।
Powered by Froala Editor