ବାରବାଟୀ ମ୍ୟାଚ: ୫୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ, ନିୟୋଜିତ ହୋଇଛନ୍ତି ୧୫୦ ପୁଲିସ ଅଧିକାରୀ
କଟକ: ଆଜି ବାରବାଟୀରେ ବିଗ୍ ଫାଇଟ୍ । ମ୍ୟାଚ ସୁରୁଖୁରରେ ପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ଓସିଏ । ଖେଳାଳିଙ୍କ ସୁରକ୍ଷା ଓ ଶୃଙ୍ଖଳିତ ମ୍ୟାଚ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୁଲିସ । ଖେଳ ପାଇଁ ୫୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୧୫୦ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଆଜିର ମ୍ୟାଚ ପାଇଁ ୫୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୫୦ଜଣ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଖେଳାଳିମାନେ କିଭଳି ସୁରକ୍ଷିତ ଭାବେ ଭୁବନେଶ୍ୱରରୁ କଟକ ଷ୍ଟାଡିୟମରେ ପହଞ୍ଚିବେ ସେନେଇ କମିଶନରେଟ ପୁଲିସ ପ୍ରସ୍ତୁତି କରିଛି । ଷ୍ଟାଡିୟମ ପରିସରରେ ୩୦୦ରୁ ଅଧିକ କ୍ୟାମେରା ଲାଗିଛି । ଦର୍ଶକମାନେ ବାହାରୁ କୌଣସି ପ୍ରକାର ଖାଦ୍ୟ, ସାମଗ୍ରୀ, ପାଣି ବୋତଲ ନେଇ ଯାଇପାରିବେ ନାହିଁ ।
Powered by Froala Editor