ମହଙ୍ଗା ହୋଇଯିବ ଗୁଟୁଖା-ପାନ ମସଲା
ସଂସଦର ଶୀତ ଅଧିବେଶନର ତୃତୀୟ ଦିନରେ ଲୋକସଭାରେ କେନ୍ଦ୍ରୀୟ ଅବକାରୀ (ସଂଶୋଧନ) ବିଲ୍ ୨୦୨୫ ବାଚନିକ ଭୋଟରେ ଗୃହୀତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହି ବିଲ୍କୁ ଗୃହରେ ଆଗତ କରିଥିଲେ। ଏହି ବିଲ୍ ଅନୁଯାୟୀ ତମାଖୁ ଓ ଏ ସମ୍ପର୍କିତ ଉତ୍ପାଦ ଉପରେ ଟିକସ ଲାଗୁ କରାଯିବ। ବର୍ତ୍ତମାନ ଜିଏସ୍ଟି ଅନୁଯାୟୀ ସିଗାରେଟ୍, ପାନ ସମଲା ଓ ଗୁଟ୍ଖା ଭଳି ତମାଖୁ ଉପରେ ଚଢ଼ା ସେସ୍ ଲଗାଇବେ କେନ୍ଦ୍ର ସରକାର ।
ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବୁଧବାର ଲୋକସଭାରେ ସେଣ୍ଟ୍ରା ଏକ୍ସସାଇଜ(ଆମେଣ୍ଟମେଣ୍ଟ) 2025 ବିଲ ପାରିତ ହୋଇଛି । ଏବେ ରାଜ୍ୟସଭାକୁ ଯିବ। ଏହି ବିଲ୍ ସିଗାରେଟ୍, ତମାଖୁ, ହୁକା ଏବଂ ଜର୍ଦ୍ଦା ଉପରେ ଅଧିକ ଉତ୍ପାଦ ଶୁଳ୍କ ଲଗାଇବାର ଯୋଜନା ରହିଛି।
ଏହି ବିଲ୍ କାହିଁକି ଆଗତ କରାଯାଇଥିଲା?
ପ୍ରକୃତରେ, GST କ୍ଷତିପୂରଣ ସେସ୍(କମ୍ପେସେଶନ ସେସ) ଶେଷ ହେବା ପରେ ତମାଖୁ ଉତ୍ପାଦ ଉପରେ ଟିକସ ବଜାୟ ରଖିବା ପାଇଁ ଏହି ବିଲ୍ ଆଗତ କରାଯାଇଛି। ସରକାର ଏହି ଉତ୍ପାଦଗୁଡ଼ିକ ଉପରେ ଟିକସ ହ୍ରାସ କରିବାକୁ ଚାହୁଁନାହାଁନ୍ତି। ତେଣୁ, ସରକାର ସିଗାରେଟ୍, ତମାଖୁ, ହୁକା ଏବଂ ଜର୍ଦ୍ଦା ଭଳି ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରିବା ଏବଂ ଲୋକଙ୍କୁ ଏହି ଖରାପ ଅଭ୍ୟାସ ଛାଡ଼ିବା ପାଇଁ ଉତ୍ସାହିତ କରିବା ପାଇଁ ଏକ ନୂତନ ବିଲ୍ ମାଧ୍ୟମରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି।
Powered by Froala Editor