ବାଂଲାଦେଶରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୧
ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ବାଂଲାଦେଶରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବାଂଲାଦେଶର ରାଜଧାନୀ ଢାକା ଏବଂ ଅନ୍ୟାନ୍ୟ ଆଖପାଖ ଜିଲାଗୁଡିକରେ ଏହାର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୧ ମାପ କରାଯାଇଛି । ସ୍ଥାନୀୟ ସକାଳ ୬ଟା ୧୪ମିନିଟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ନରସିଙ୍ଗଡିରେ ୩୦କି.ମି ଗଭୀରତାରେ ହୋଇଥିଲା ।ବାଂଲାଦେଶରେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ ।
Powered by Froala Editor