ଦନ୍ତାହାତୀ ଉପଦ୍ରବ: ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଦେବଗଡ଼: ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ରିଆମାଳ ରେଞ୍ଜ ଜୁରାଡଙ୍ଗା ଗ୍ରାମରେ ଗୋଠ ଛଡା ଦନ୍ତାହାତୀ ଉପଦ୍ରବ ବଢିବାରେ ଲାଗିଛି। ମୃତକ ହେଲେ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହୁରୀ, ରଜନୀ ବେହେରା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବୃଦ୍ଧ ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ।
Powered by Froala Editor