ରକ୍ତ ଆବଶ୍ୟକ ଥିବା ରୋଗୀ ବଦଳରେ ଅନ୍ୟ ଜଣଙ୍କୁ ରକ୍ତ ଦେଇଦେଲେ ସ୍ୱାସ୍ଥ୍ୟକର୍ମୀ
ଉଦଳା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାରେ ଚରମ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି। ରକ୍ତ ଆବଶ୍ୟକ ଥିବା ରୋଗୀ ବଦଳରେ ଅନ୍ୟ ଜଣଙ୍କୁ ରକ୍ତ ଦିଆଯିବା ଘଟଣାରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ମିଳିଥିବା ଖବର ଅନୁସାରେ ଉଦଳା ୱାର୍ଡର ୧ ନମ୍ବର ବେଡରେ ପାର୍ବତୀ ସିଂ ନାମ୍ନୀ ମହିଳାଙ୍କ ରକ୍ତ ଆବଶ୍ୟକ ଥିବାବେଳେ ସ୍ୱାସ୍ଥ୍ୟକର୍ମୀ ୨୧ ନମ୍ବର ବେଡରେ ଥିବା କୋଚିଲା ଡିହା ଗ୍ରାମର ପାର୍ବତୀ ବିନ୍ଧାଣୀ ନାମ୍ନୀ ମହିଳା ରୋଗୀଙ୍କୁ ରକ୍ତ ଲଗାଇ ଦେଇଥିଲେ। ତେବେ ୨୬ ବର୍ଷୀୟା ପାର୍ବତୀ ହଠାତ ବୁଝିପାରି ନ ଥିଲେ। ୧୦ ମିନିଟ ପରେ ସେ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ତାଙ୍କର ମାଆ ସ୍ୱାସ୍ଥ୍ୟକର୍ମୀଙ୍କୁ ଡାକିଥିଲେ। ସେତେବେଳେ ଜଣା ପଡ଼ିଥିଲା ଭୁଲ୍ରେ ରକ୍ତ ଦିଆଯାଇଛି। ତେବେ ଘଟଣା ଜାଣିବା ପରେ ଡାକ୍ତରୀଦଳ ଆସି ରୋଗୀର ଅବସ୍ଥା ଯାଞ୍ଚ କରି ସ୍ୱାଭାବିକ କରିଥିଲେ।
Powered by Froala Editor