ପାରାଦୀପ ବନ୍ଦର: ଜାହାଜରେ ଲୋଡିଂ ବେଳେ ଲାଗିଲା ନିଆଁ
ପାରାଦୀପ : ପାରାଦୀପ ବନ୍ଦରରେ ଅଘଟଣ। ଜାହାଜରେ ଲାଗିଲା ନିଆଁ। ଇକୋ କୋଲୋନିଲ ଜାହାଜରେ ନିଆଁ ଲାଗିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପାରାଦୀପ ବନ୍ଦରରେ ଥିବା ଇକୋ କୋଲୋନିଲ ଜାହାଜରେ ଲାଗିଯାଇଥିଲା ନିଆଁ । କୋଇଲା ବୋଝେଇ ଜାହାଜରେ ଲୋଡିଂ ବେଳେ ନିଆଁ ଲାଗିଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ସିଆଇଏସଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ଜଣାପଡିଛି ।
Powered by Froala Editor