ସମସ୍ତ ଜବରଦଖଲ ହଟିବ ୪ନଂ ଆମିଷ ବଜାରରୁ
ଭୁବନେଶ୍ୱର: ଭୁବନେଶ୍ୱର ୪ନଂ ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ । ଏନେଇ ବିଏମସି ଅଧିକାରୀଙ୍କ ସହ ସମୀକ୍ଷା ପରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ମେୟର କହିଛନ୍ତି ଯେ ନୂଆ ଦୋକାନ, ପାର୍କିଂ ଓ ରାସ୍ତା ତିଆରି ହେବ । ଆମିଷ ଆବର୍ଜନାକୁ ଏଣେତେଣେ ନଫିଙ୍ଗିବାକୁ ମେୟର ତାଗିଦ କରିଛନ୍ତି । ପ୍ଲାଷ୍ଟିକ୍ ଡ୍ରମରେ ଆବର୍ଜନା ରଖିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor