ଚିକିତ୍ସା ଅବହେଳା ଅଭିଯୋଗ: ସନ୍ତାନକୁ ଜନ୍ମ ଦେଇ ଚାଲିଗଲା ପ୍ରସୂତିଙ୍କ ଜୀବନ
କେନ୍ଦୁଝର: ପ୍ରସୂତିଙ୍କ ମୃତ୍ୟୁ ନେଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତେଜନା ପ୍ରକାଶ ପାଇଛି। ରୋଗୀଙ୍କ ପରିବାରଙ୍କ ପକ୍ଷରୁ ପ୍ରବଳ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରୁଛି ।
ସୂଚନା ଅନୁସାରେ ଶନିବାର ସକାଳ ତୁରୁମୁଙ୍ଗାର ପିଙ୍କି ସାହୁ ଯନ୍ତ୍ରଣା ହେବାରୁ କେନ୍ଦୁଝର ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସଂଧ୍ୟାରେ ଅପରେସନ ପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ରାତି ୧୨ଟା ବେଳକୁ ପ୍ରବଳ ଯନ୍ତ୍ରଣା ଆରମ୍ଭ ହେଇଥିଲା। ସେତେବେଳେ ନର୍ସ ଡାକ୍ତରଙ୍କୁ ବାରମ୍ବ।ର ଯୋଗାଯୋଗ କରିଥିଲେ ବି ଡାକ୍ତର ନ ଆସିବାରୁ ନର୍ସ ଏକ ଇଞ୍ଜେକ୍ସନ ଦେଇଥିଲେ। ରାତି ୨ଟାରେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିଲା।
Powered by Froala Editor